ସଦ୍‌ଗୁରୁ ଓଡ଼ିଆ (Sadhguru Odia)

ସଦ୍‌ଗୁରୁ, ଆମ ସମୟର ଜଣେ ଯୋଗୀ, ଦିବ୍ୟଦର୍ଶୀ , ଯୁଗଦ୍ରଷ୍ଟା ଏବଂ ଜଣେ ପ୍ରମୁଖ ଆଧ୍ୟାତ୍ମିକ ଗୁରୁ ଅଟନ୍ତି ।

ସଦ୍‌ଗୁରୁ ଓଡ଼ିଆ (Sadhguru Odia)OdiaSadhguru
2025-08-04

ଆପଣ ଯେବେ ଅନ୍ତର୍ମୁଖୀ ହୋଇଯାଆନ୍ତି, ଜୀବନର ପ୍ରତ୍ୟେକ ଦିଗ ପାଇଁ ଏକ ସମାଧାନ ମିଳିଯାଇଥାଏ ।

Once you Turn Inward, there is a Solution for every aspect of Life.  

ସଦ୍‌ଗୁରୁ ଓଡ଼ିଆ (Sadhguru Odia)OdiaSadhguru
2025-08-03

ସ୍ୱାସ୍ଥ୍ୟ ଆପଣଙ୍କର ଦାୟିତ୍ୱ । ଏହା ଆପଣଙ୍କ ଶରୀର, ମନ, ଆବେଗ, ଓ ଜୀବନୀ ଶକ୍ତିକୁ ନୂଆ ଜୀବନ ଦେଇ ସେସବୁକୁ ଉଚ୍ଚ ସ୍ତରରେ କାର୍ଯ୍ୟକ୍ଷମ କରିବା ବାବଦରେ ଅଟେ ।

Health is your Responsibility. It is about revitalizing your body, mind, emotions, and life energies to a higher level of functioning.  

ସଦ୍‌ଗୁରୁ ଓଡ଼ିଆ (Sadhguru Odia)OdiaSadhguru
2025-08-02

ଆପଣ ନିଜକୁ କେତେ ସଚେତନ ଭାବରେ ପରିଚାଳନା କରୁଛନ୍ତି କେବଳ ତା' ଉପରେ ନିର୍ଭର କରେ ଯେ ଆପଣ ନିଜ ମନକୁ ଚମତ୍କାର କରିବେ କି ଦୁଃଖୀ ।

Whether you make a Miracle or misery out of your Mind simply depends on how Consciously you conduct yourself.
 

ସଦ୍‌ଗୁରୁ ଓଡ଼ିଆ (Sadhguru Odia)OdiaSadhguru
2025-08-01

କେହି ଜଣେ ଆପଣଙ୍କୁ ବୋକା ବନେଇଛନ୍ତି ବୋଲି ଭାବିବା ପରିବର୍ତ୍ତେ ଭାବନ୍ତୁ,‘ମୁଁ ଜଣେ ମୂର୍ଖ’ । ବିଜ୍ଞତା ଦିଗରେ ପ୍ରଥମ ସୋପାନ ହେଉଛି ଆମ ନିଜର ମୂର୍ଖତାକୁ ଚିହ୍ନିବା ।

Instead of thinking someone has made a fool out of you, see, ‘I am a fool.’ The first step toward Intelligence is recognizing our own Foolishness.  

ସଦ୍‌ଗୁରୁ ଓଡ଼ିଆ (Sadhguru Odia)OdiaSadhguru
2025-07-31

ଆପଣ ଯେଉଁ ମୁହୂର୍ତ୍ତରେ ନିଜକୁ ସମସ୍ତଙ୍କ ଠାରୁ ଉର୍ଦ୍ଧ୍ଵରେ ବୋଲି ଭାବନ୍ତି, ଆପଣଙ୍କ ମନ ଏକ ବାଧକ ହୋଇଯାଏ ।

The moment you think you are above everyone, your mind becomes a barrier.
 

ସଦ୍‌ଗୁରୁ ଓଡ଼ିଆ (Sadhguru Odia)OdiaSadhguru
2025-07-30

ବନ୍ଧୁତା କେବଳ ସାଥୀ ହେବା ଓ ଆରାମ ପାଇଁ ନୁହେଁ । ଆପଣ ଯାହା ସବୁ ଅଟନ୍ତି ଓ ଯାହା ସବୁ ନୁହନ୍ତି, ସେଥିପାଇଁ ଏହା ଏକ ଦର୍ପଣ ।

Friendship is not just for companionship and comfort. It is a mirror to all that you are and all that you are not.
 

ସଦ୍‌ଗୁରୁ ଓଡ଼ିଆ (Sadhguru Odia)OdiaSadhguru
2025-07-29

ଆଖପାଖରେ କଣ ଘଟୁଛି, ସେ ବିଷୟରେ ସର୍ପ ଅନ୍ୟ ମାନଙ୍କ ଠାରୁ ଅଧିକ ଜାଣିଥାଏ କାରଣ ଗୁଲିଗପ ଶୁଣିବା ଲାଗି ତା' ପାଖରେ କାନ ନଥାଏ - କେବଳ ପ୍ରତ୍ୟକ୍ଷ ଅବବୋଧ ଥାଏ ।

A snake knows more about what is happening around than any other creature because it has no ears to listen to gossip – only direct perception.
 

ସଦ୍‌ଗୁରୁ ଓଡ଼ିଆ (Sadhguru Odia)OdiaSadhguru
2025-07-28

ପରିବେଶ ସଂରକ୍ଷଣର ଏକମାତ୍ର ବାସ୍ତବ ସମାଧାନ ହେଉଛି ଏକ ସଚେତନ ବିଶ୍ଵ (କନସିଅସ ପ୍ଲାନେଟ୍) - ଅର୍ଥାତ୍ ଆମେ ପ୍ରତ୍ୟେକେ ଜଣେ ସଚେତନ ଅସ୍ତିତ୍ୱ ହୋଇଯିବା, ଯେହେତୁ ଚେତନା ଏକ ସୀମାହୀନ ଅସ୍ତିତ୍ୱ ।

The only real solution to conserve nature is to create a Conscious Planet – that is, every one of us becomes a Conscious Existence, as Consciousness is a borderless existence.

ସଦ୍‌ଗୁରୁ ଓଡ଼ିଆ (Sadhguru Odia)OdiaSadhguru
2025-07-27

ଯଦି ଆପଣ ନିଜକୁ କୃପା ପ୍ରତି ସମ୍ପୂର୍ଣ୍ଣ ଉପଲବ୍ଧ କରାନ୍ତି, ତେବେ କୃପା ଏପରି ଜିନିଷ କରିପାରେ ଯାହା ଆପଣ ନିଜେ କେବେବି କରିପାରିବେ ନାହିଁ ।

Only if you make yourself available to it can grace do something that you yourself could never do.  

ସଦ୍‌ଗୁରୁ ଓଡ଼ିଆ (Sadhguru Odia)OdiaSadhguru
2025-07-26

ଶିକ୍ଷା ଓ ଆଧ୍ୟାତ୍ମିକ ପ୍ରକ୍ରିୟା ପୂର୍ବାଗ୍ରହ ଗ୍ରସିତ ବୁଦ୍ଧି ହାତରେ ରହିବା ଅନୁଚିତ । ପୂର୍ବାଗ୍ରହ ଅର୍ଥ ଜୀବନକୁ ତାର ପ୍ରକୃତ ସ୍ଵରୁପରେ ନଦେଖିବା ।

Education and spiritual process should not be in the hands of prejudiced minds. Prejudice means not seeing life the way it is.
 

ସଦ୍‌ଗୁରୁ ଓଡ଼ିଆ (Sadhguru Odia)OdiaSadhguru
2025-07-24

ଆପଣ ଯଦି ହୃଦୟଙ୍ଗମ କରିବେ ଯେ ଜୀବନ ସତରେ ମୂଲ୍ୟବାନ, ଆପଣ ଜୀବନ, ତାର ମାର୍ଗ ଓ ତାର ଉତ୍ସ ପ୍ରତି ନିଜକୁ ଉତ୍ସର୍ଗ କରିବେ ।

If you realize that life is truly precious, you will devote yourself to life, its ways, and its source.  

ସଦ୍‌ଗୁରୁ ଓଡ଼ିଆ (Sadhguru Odia)OdiaSadhguru
2025-07-23

ଆପଣ କେମିତି ଜଣଙ୍କୁ ପ୍ରେମ ଓ ଅନ୍ୟଜଣଙ୍କୁ ଘୃଣା କରିପାରିବେ, ଯେତେବେଳ କି ସମସ୍ତଙ୍କ ଭିତରେ ସମାନ ଦିବ୍ୟତ୍ୱ ନିହିତ ଥାଏ ।

How can you love one and hate the other when the same Divine exists in All.  

ସଦ୍‌ଗୁରୁ ଓଡ଼ିଆ (Sadhguru Odia)OdiaSadhguru
2025-07-22

ଯାହା ବିତି ଯାଇଛି ତାକୁ ସଜାଡି ହେବନି । ଯାହା ଏବେ ଅଛି ତାହା କେବଳ ଅନୁଭବ କରିହେବ । ଯାହା ଆଗକୁ ଅଛି, ତାକୁ ଗଢି ହେବ ।

What is past cannot be fixed. What is now can only be experienced. What is next can be created.  

ସଦ୍‌ଗୁରୁ ଓଡ଼ିଆ (Sadhguru Odia)OdiaSadhguru
2025-07-21

ଆପଣଙ୍କ ଆଖପାଖରେ ଯେକେହି ଥିଲେ ମଧ୍ୟ ସର୍ବଦା ନିଜର ସର୍ବୋତ୍ତମ ଦିଅନ୍ତୁ, କାରଣ କାଲି ହୁଏତ ସେ ଚାଲି ଯାଇ ପାରନ୍ତି କିମ୍ବା ଆପଣ ଚାଲି ଯାଇ ପାରନ୍ତି ।

Always do the best you can for whoever is around you because tomorrow, either they may be gone, or you may be gone.  

ସଦ୍‌ଗୁରୁ ଓଡ଼ିଆ (Sadhguru Odia)OdiaSadhguru
2025-07-19

ଯଦି ଆପଣଙ୍କ ମାନବିକତା ମରିଯାଇଛି, ଆପଣଙ୍କୁ ଗୁଡ଼ାଏ ନୈତିକତା ଆବଶ୍ୟକ । ଯଦି ଆପଣଙ୍କ ମାନବିକତା ଜୀବନ୍ତ ଏବଂ ଉଛୁଳି ଉଠୁଛି, ତେବେ ଆପଣ ସ୍ଵାଭାବିକ ଭାବେ ନିଜର ଓ ନିଜ ଚାରିପାଖ ଲୋକଙ୍କ ଲାଗି ଯାହା ସର୍ବୋତ୍କୃଷ୍ଟ ତାହାହିଁ କରିବେ ।

If your humanity is dead, you need a lot of morality. If your humanity is alive and overflowing, you will naturally do the best for yourself and everyone around you.

ସଦ୍‌ଗୁରୁ ଓଡ଼ିଆ (Sadhguru Odia)OdiaSadhguru
2025-07-18

ଆପଣ ଜୀବନରେ ଯେତେ ବି ଜିନିଷ ଏକାଠି କରନ୍ତୁ, ଜୀବନ ଶେଷରେ ସେସବୁକୁ ବୋହି ନେବା ଲାଗି କୌଣସି ପରିବହନ ବ୍ୟବସ୍ଥା ନାହିଁ । ତେଣୁ ଠୁଳ କରିବା ଅପେକ୍ଷା ଜୀବନର ପ୍ରକୃତ ଉତ୍ଥାନ ଆଡ଼କୁ ଯିବାର ସମୟ ଆସିଛି ।

No matter how many things you gather in life, there is no container service in the end. Time to move from accumulation to true enhancement of life.

ସଦ୍‌ଗୁରୁ ଓଡ଼ିଆ (Sadhguru Odia)OdiaSadhguru
2025-07-17

ସୁଖ ସମୃଦ୍ଧି ଖୋଜି ଖୋଜି ଆମେ ଏହି ଦୁନିଆରେ ଅନେକ ପାଗଳାମି ପୂର୍ଣ୍ଣ କାମ କରିଛେ । ଯଦି ଆପଣ ସୁଖ ସମୃଦ୍ଧି ହିଁ ଖୋଜୁଛନ୍ତି - ନିଜ ଭିତରକୁ ଦେଖିବା ହିଁ ଏକମାତ୍ର ଉପାୟ ।

In search of wellbeing, we have done many insane things on this planet. If wellbeing is what you seek – In is the only way Out.

ସଦ୍‌ଗୁରୁ ଓଡ଼ିଆ (Sadhguru Odia)OdiaSadhguru
2025-07-16

ଆପଣ ଯାହା ଜାଣନ୍ତି ତାହା ଖୁବ୍ କମ୍ । ଆପଣ ଯାହା ଜାଣନ୍ତିନି ତାହା ଏକ ଅସୀମ ସମ୍ଭାବନା ।

What you know is minuscule. What you do not know is an endless possibility.

ସଦ୍‌ଗୁରୁ ଓଡ଼ିଆ (Sadhguru Odia)OdiaSadhguru
2025-07-15

ପ୍ରତ୍ୟେକ ମନୁଷ୍ୟ ଏହି ଗୋଟିଏ ଜିନିଷ ପାଇଁ ଉଦ୍ୟମରତ ହେବା ଆବଶ୍ୟକ ଯେ ସେମାନେ ଯେତେବଳେ ଏହି ସଂସାରରୁ ଯିବେ, ତାହା ତାଙ୍କ ଆସିବା ବେଳ ଠାରୁ ଟିକେ ଅଧିକ ଭଲ ହୋଇଥିବ ।

One thing every human being can strive for is to leave this world a little better than it was when you entered it.

ସଦ୍‌ଗୁରୁ ଓଡ଼ିଆ (Sadhguru Odia)OdiaSadhguru
2025-07-14

ଆପଣ କଣ ସଂଗ୍ରହ କରିଛନ୍ତି ବା କେତେ ଜିନିଷ ରଖିଛନ୍ତି, ଆପଣଙ୍କ ଜୀବନ ତାହା ଦ୍ୱାରା ସମୃଦ୍ଧ ହୁଏ ନାହିଁ, ବରଂ ଆପଣଙ୍କ ଜୀବନର ଅନୁଭବ କେତେ ଗଭୀର, ତାହା ଦ୍ୱାରା ହୋଇଥାଏ ।

Your life becomes spectacular not by what you gather and possess but by the profoundness of experience.

Client Info

Server: https://mastodon.social
Version: 2025.07
Repository: https://github.com/cyevgeniy/lmst